ଚକ୍‌ମା ଦେଖାଇ ସୁନାମୁଦି ଓ ଟଙ୍କା ଲୁଟିଲେ ବାବା

ଭୁବନେଶ୍ଵର : ହାତରୁ ବିଭୂତି ବାହାର କରି ଦୁଇଜଣ ବାବା ବେଶରେ ଆସିଥିବା ଲୁଟେରା ଲୁଟିନେଇଛନ୍ତି ସୁନାମୁଦି ସହ ୩୪ହଜାର ଟଙ୍କା। ରାଜଧାନୀର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଂଚଳରେ ଘଟିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ି ଲୁଟର ଶିକାର ହୋଇଛନ୍ତି ଜଣେ ନୋଟାରୀ। ହେଲେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଖସିଯାଇଛନ୍ତି ସେଇ ଅଂଚଳର ଆଉ ଜଣେ ମହିଳା। ଏଇ ବାବା ମହିଳାଙ୍କ ସହ ଦେଖା ହେବାପରେ ତାଙ୍କ ବିଷୟରେ ଏଣୁତେଣୁ ଗପି ପ୍ରଥମେ ବିଶ୍ଵାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ। ଶେଷ ମୁହୂର୍ତ୍ତରେ ମହିଳା ଏମାନଙ୍କୁ ଘରେ ନପୁରାଇବାରୁ ସେଠାରୁ ପଳାଇଥିଲେ ସାଧୁ ବେଶରେ ଆସିଥିବା ଲୁଟେରା ।

ମତାମତ ଦିଅନ୍ତୁ ।