ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଞ୍ଚଳର ଫଟୋ ପଠାଇବ ଅର୍ବିଟର : ଇସ୍ରୋ

ନୂଆଦିଲ୍ଲୀ : ଭାରତର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାସତ୍ତ୍ଵେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ନହୋଇ ଅରବିଟରକୁ ନେଇ ଆଗକୁ ବଢିବାକୁ ଚେଷ୍ଟା ଜାରି ରଖିଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଅର୍ବିଟର ଚନ୍ଦ୍ରପୃଷ୍ଠର ଅନ୍ଧକାରଚ୍ଛନ୍ନ ଅଞ୍ଚଳର ଫଟୋ ପଠାଇବ। ଯେଉଁଠାରେ ସୂର୍ଯ୍ୟ କିରଣ ପଡେ ନାହିଁ ତାହାର ତଥ୍ୟ ମିଳିବ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍ କିରଣ କୁମାର କହିଛନ୍ତି ଆମେ ଚନ୍ଦ୍ରଯାନ-୧ ଅପେକ୍ଷା ବର୍ତ୍ତମାନର ମିଶନ ଠାରୁ ବହୁ ଗୁଣା ଅଧିକ ଆଶା କରୁଛୁ। କାରଣ ଅର୍ବିଟରରେ ସ୍ପେକ୍ଟ୍ରଲ ରେଞ୍ଜରେ ବହୁ ଦମଦାର କ୍ୟାମେରା ଖଞ୍ଜା ଯାଇଛି। ଆମେ ମାଇକ୍ରୋ ୱେବ୍ ଡୁଆଲ ଫ୍ରିକ୍ୟୁଏନ୍ସି ସେନସର ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ଅନ୍ଧକାରଚ୍ଛନ୍ନ ଅଞ୍ଚଳର ଫଟୋ ଉଠାଇ ପାରିବୁ।

ଏବେ ଅର୍ବିଟର ଚନ୍ଦ୍ରର ପାଖାପାଖି ୧୦୦କିମି ଉପରେ ପରିକ୍ରମା କରୁଛି। ଏଥିରେ ହାଇ ରିଜୋଲ୍ୟୁସନ କ୍ୟାମେରା ରହିଛି। ଯାହା ଚନ୍ଦ୍ରପୃଷ୍ଠର ୦.୩ ମିଟର ଯାଏଁ ଫଟୋ ଉଠାଇ ପାରିବ। ସେହି ସମୟରେ ଲ୍ୟାଣ୍ଡର ସକ ସମ୍ପର୍କ କରିବାକୁ ଇସ୍ରୋ ପ୍ରଚେଷ୍ଟା ଚଳାଇଛି। ଏହା ମଧ୍ୟରେ ଥିବା ରୋଭରର ଜୀବନକାଳ୧୪ ଦିନ। ତେଣୁ ଶେଷ ସମୟ ପର୍ଯ୍ୟନ୍ତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି। ସେହିପରି ଇସ୍ରୋ କହିଛି ଅର୍ବିଟର ପ୍ରଥମରୁ ଚନ୍ଦ୍ରର କକ୍ଷରେ ରହିଛି। ୭ବର୍ଷ କାର୍ଯ୍ୟ କରିବ। ତେଣୁ ଚନ୍ଦ୍ରର ବିକାଶ ଯାତ୍ରା, ସଂରଚନା, ଖଣିଜ ଓ ପାଣିର ଉପଲବ୍ଧତା ଆଦି ବିଷୟରେ ଆମକୁ ତଥ୍ୟ ପ୍ରଦାନ କରିଵ।

ମତାମତ ଦିଅନ୍ତୁ ।