ଚନ୍ଦ୍ରଯାନ-୨ରୁ ଆସିଲା ପୃଥିବୀର ପ୍ରଥମ ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ରୁ ପୃଥିବୀର ପ୍ରଥମ ଫଟୋ ଚିତ୍ର ଆସିଛି। ମହାକାଶରୁ ଏଲ ଆଇ ୪ କ୍ୟାମେରାରେ ଏହି ଚିତ୍ରକୁ କଏଦ କରିଛି। ମହାକାଶରୁ ଉଠାଯାଇଥିବା ଅଦ୍ଭୁତ ଓ ରୋମାଞ୍ଚକର ଫଟୋକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ ପକ୍ଷରୁ ଆଜି ଜାରି କରାଯାଇଛି। ମହାକାଶରୁ ପୃଥିବୀ ପୃଷ୍ଠର ଏହି ଚିତ୍ର ସମସ୍ତଙ୍କ ମନ ମୋହିଛି। ୟୁନିଭର୍ସାଲ ଟାଇମିଙ୍ଗ ଅନୁଯାୟୀ ଏହି ଫଟୋ ୧୭ଟା ୩୨ ମିନିଟରେ ନିଆଯାଇଥିଲା। ଏହି ସମୟ ଘଣ୍ଟା ଅନୁଯାୟୀ ନୁହେଁ ମହାକାଶରେ ତାରାମାନଙ୍କୁ ଲକ୍ଷ୍ୟ କରି ର୍ନିଦ୍ଧାରଣ କରାଯାଏ। ଚନ୍ଦ୍ରଯାନ ସଫଳତାର ସହ ଗତି କରୁଥିବା ବେଳେ ଭାରତର ଚନ୍ଦ୍ର ମିସନ୍‌ ଆଉ ପଡେ ଆଗକୁ ବଢିଛି।

ମତାମତ ଦିଅନ୍ତୁ ।