ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଛି

ନୂଆଦିଲ୍ଲୀ : ଭାରତ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡିଙ୍ଗ୍‌ କରିଥିବା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳର ଫଟୋ ଉଠାଇଛି ନାସାର ଲୁନାର୍‌ ରେକୋନେସାନ୍‌ସ୍‌ ଅର୍ବିଟର୍‌ କ୍ୟାମେରା। ସେହି ପଥଦେଇ ଉଡ଼ିଯିବା ବେଳେ ଉଠାଯାଇଥିବା ଉନ୍ନତ ମାନର ଫଟୋ ଗୁଡ଼ିକରୁ ନାସା ଜାଣି ପାରିଛି ବିକ୍ରମ୍‌ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଥିଲା।

ଶୁକ୍ରବାର ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଛି କହିଥିବା ବେଳେ ଚନ୍ଦ୍ରର ପାର୍ବତ୍ୟ ଅଞ୍ଚଳରେ ପଡ଼ିଥିବା ମହାକାଶଯାନର ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିପାରି ନାହିଁ। ଅବତରଣ ଅଞ୍ଚଳର ଦୃଶ୍ୟାବଳୀକୁ ଲୁନାର୍‌ ରେକୋନେସାନ୍‌ସ୍‌ ଅର୍ବିଟର୍‌ କ୍ୟାମେରା କୁଇକ୍‌ମ୍ୟାପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। କିନ୍ତୁ ଏହା ଅବତରଣ ସ୍ଥଳର କେନ୍ଦ୍ରାଞ୍ଚଳରୁ ୧୫୦ କିଲୋମିଟର ଅଞ୍ଚଳର ଫଟୋଚିତ୍ର। ନାସା କହିବା ଅନୁଯାୟୀ ସେପ୍ଟେମ୍ବର ୭ ତାରିଖ ଦିନ ବିକ୍ରମ ଅବତରଣ କରିବା କଥା। ଚନ୍ଦ୍ର ପୃଷ୍ଠରେ ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌ ନିମନ୍ତେ ଏହା ଥିଲା ଭାରତର ପ୍ରଥମ ଉଦ୍ୟମ। ଦକ୍ଷିଣମେରୁ ଠାରୁ ୬୦୦ କିଲୋମିଟର ଦୂର ଅପେକ୍ଷାକୃତ ପ୍ରାଚୀନ ପାର୍ବତ୍ୟାଞ୍ଚଳରେ ଥିଲା ଅବତରଣସ୍ଥଳୀ।

ସେପ୍ଟେମ୍ବର ୧୭ ତାରିଖ ଦିନ ସେ ଅଞ୍ଚଳ ଦେଇ ଏଲ୍‌ଆର୍‌ଓ ଅତିକ୍ରମ କରିବ ବେଳେ ହାଇ-ରିଜୋଲ୍ୟୁସନ୍‌ ଚିତ୍ର ଉତ୍ତୋଳନ କରିଥିଲା। ହେଲେ ଏଲ୍‌ଆର୍‌ଓସି ଟିମ୍‌ ଏ ପର୍ଯ୍ୟନ୍ତ ଲ୍ୟାଣ୍ଡର୍‌ ବିକ୍ରମକୁ ଠାବ କରି ପାରି ନାହାନ୍ତି କି, ତା’ର ଫଟୋ ଉଠାଯାଇ ପାରି ନାହିଁ। ସେଠାରେ ଗୋଧୂଳି ସମୟ ହୋଇଥିବାରୁ ଲମ୍ବା ଛାଇ ପଡ଼ିଛି। ହୋଇପାରେ ଛାଇ ଭିତରେ ଲ୍ୟାଣ୍ଡର୍‌ ବିକ୍ରମ ଲୁଚି ଯାଇଥିବ। ଆସନ୍ତା ଅକ୍ଟୋବର ୧୪ ତାରିଖ ଦିନ ଏଲ୍‌ଆର୍‌ଓ ପୁଣି ଥରେ ସେ ଅଞ୍ଚଳ ଦେଇ ଯିବ। ସେତେବେଳେ ସେ ଅଞ୍ଚଳ ଆଲୋକିତ ହୋଇଥିବ ବୋଲି ଏଲ୍‌ଆର୍‌ଓର ଡେପୁଟି ପ୍ରୋଜେକ୍ଟ୍‌ ସାଇଣ୍ଟିଷ୍ଟ୍‍ ଜନ୍‌ କେଲର୍‌ କହିଛନ୍ତି।

ମତାମତ ଦିଅନ୍ତୁ ।