ଚନ୍ଦ୍ରଯାନ-୨ ପଠାଇଲା ଚନ୍ଦ୍ରର ପ୍ରଥମ ଫଟୋ

ନୂଆଦିଲ୍ଲୀ : ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚନ୍ଦ୍ରଯାନ-୨ ଦୁଇଦିନ ତଳେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ଗତ କାଲି ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଛି। ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କିମି ଉଚ୍ଚରୁ ଉଠିଥିବା ଏହି ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ ସ୍ପଷ୍ଟଭାବରେ ଦେଖାଯାଉଛି।

ଏହାଛଡା ଚିତ୍ରରେ ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ମଧ୍ୟ ଦେଖାଯାଉଛି। ମାର ଓରିଏଣ୍ଟାଲ ହେଉଛି ସମତଳ ଅଭ୍ୟନ୍ତର ଥିବା ଏକ ବିଶାଳ ଗର୍ତ୍ତ ଯାହାକି ଅଗ୍ନୀ ଉଦଗୀରଣ ଦ୍ୱାରା ସୃଷ୍ଟି ହୋଇଛି। ଏହା ଚନ୍ଦ୍ରର ପଶ୍ଚିମପାର୍ଶ୍ୱରେ ଅବସ୍ଥିତ। ସେହିପରି ଆପୋଲୋ କ୍ରାଟନର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଏକ ବିଶାଳ ଗୋଲେଇ ଭିତରେ ଥିବା ଖାଲୁଆ ଅଞ୍ଚଳ। ଗତ ଜୁଲାଇ ୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ।

ମତାମତ ଦିଅନ୍ତୁ ।