ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନି, ପ୍ରତିନିଧି ଚୟନ ହେବ

ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଠାରେ ଛାତ୍ର ପ୍ରତିନିଧି ମନୋନୟନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।

ସୂଚନାଯୋଗ୍ୟ ବିଗତ କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ନିର୍ବାଚନକୁ ନେଇ ଗୋଷ୍ଠୀକନ୍ଦଳ ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ସୃଷ୍ଟି ହେଉଛି ହିଂସାତ୍ମକ ପରିସ୍ଥିତି। ଫଳରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ସାଇନ୍‌-ଏ-ଡାଏ ଘୋଷଣା କରିବାକୁ ପଡୁଛି। ଶିକ୍ଷାଦାନ ହେଉଛି ପ୍ରଭାବିତ। ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଛାତ୍ର ସଂସଦ ନିର୍ବାଚନ ନକରି ଛାତ୍ର ପ୍ରତିନିଧି ମନୋନୟନ କରାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।