Breaking Newsଦେଶ-ବିଦେଶ
ସୀମାରୁ ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ : ଗଲୱାନ ଉପତ୍ୟକାରେ ଭାରତର କିଛି ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରି ନାଲି ଆଖି ଦେଖାଉଥିବା ଚୀନ ଶେଷରେ ପଛକୁ ହଟିଛି। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରୁ ଚୀନ ତା’ର ଟେଣ୍ଟ, ଗାଡ଼ି ଓ ଯବାନମାନଙ୍କୁ ପ୍ରାୟ ୧ରୁ୨ କିମି ପଛକୁ ଘୁଞ୍ଚାଇ ନେଇଥିବା ସୂଚନା ମିଳିଛି। ଜୁନ୍ ୧୫ ତାରିଖରେ ଗଲୱାନର ଏହି ଅଞ୍ଚଳରେ ସଂଘର୍ଷ ହୋଇଥିଲା। ସେହିଦିନଠାରୁ ଲାଗି ରହିଥିଲା ଉତ୍ତେଜନା। ଏହାର ସମାଧାନ ପାଇଁ ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚୀନ ପଛକୁ ହଟିଥିବା ଜଣାପଡ଼ିଛି।