ଚାକିରି ନାଁରେ ଠକେଇ: ୪ ଦଲାଲ ଗିରଫ

ଭୁବନେଶ୍ବର : କମ୍ପାନୀରେ ଚାକିରି କରାଇ ଦେବାକୁ କହି ବେକାର ଯୁବକ ଯୁବତୀମାନଙ୍କ ଟଙ୍କା ଠକି ନେଇଥିବା ୪ ଜଣ ଦଲାଲଙ୍କୁ ଆଜି କଣ୍ଟାମାଳ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କମ୍ପାନୀରେ ଚାକିରି କରି ଦେବାକୁ କହି ୪ ଜଣ ଦଲାଲ ଯୁବକ ଯୁବତୀମାନଙ୍କ ଠାରୁ ଟଙ୍କା ଆଣୁଥିଲେ। ଟଙ୍କା ପାଇବା ପରେ ସେମାନଙ୍କ ସାକ୍ଷାତ ମିଳୁନଥିଲା। ଏଭଳି ଅଭିଯୋଗ ଆସିବା ପରେ ପୋଲିସ ସେମାନଙ୍କୁ ବେଦାନ୍ତ କମ୍ପାନୀ ଗେଟ୍‌ ସାମ୍ନାରୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୫୪ ହଜାର ଟଙ୍କା ଓ ଗୋଟିଏ କାର ସହିତ ୪୦ ରୁ ୫୦ ଜଣ ପିଲାଙ୍କ ବାୟୋଡାଟା ଜବତ କରାଯାଇଛି। ଏହି ଦଲାଲିରେ ଏମାନଙ୍କ ବ୍ୟତୀତ ଆଉ କାହାର ସଂପୃକ୍ତ ରହିଛି ପୋଲିସ ତାହାର ଖୋଳତାଡ଼ ଆରମ୍ଭ କରିଛି। 

ମତାମତ ଦିଅନ୍ତୁ ।