ଚାଷୀଙ୍କ ବିହନ ଚାହିଦା ପୂରଣ ଉପରେ ମନ୍ତ୍ରୀ ଡ. ସାହୁଙ୍କ ଗୁରୁତ୍ଵ

ଭୁବନେଶ୍ଵର : ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଏହା କିପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିବ ସେଥି ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ଚାହିଦାକୁ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ଆଧାରରେ କାର୍ଯ୍ୟକରି ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମ କାର୍ଯ୍ୟ।ଳୟକୁ ଅଚାନକ ଗସ୍ତ କରିଥିଲେ। ୫‘ଟି’ ଆଧାରରେ କାର୍ଯ୍ୟକରି ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ଓ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ସେ କର୍ମଚାରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମତାମତ ଦିଅନ୍ତୁ ।