ଚିକେନ୍ ଖାଇ ବିଇଓ ସସପେଣ୍ଡ

ଭୁବନେଶ୍ଵର : ବିଦ୍ୟାଳୟ ପରିଦର୍ଶନରେ ଯାଇ ଚିକେନ ଖାଇବା ବଣାଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ମହଙ୍ଗା ପଡ଼ିଛି। ଖାଇବା ବେଳର ଭିଡ଼ିଓ ଭାଇରାଲ ହେବା ପରେ ବିଇଓ ବିନୟ ପ୍ରକାଶ ସଏ ହୋଇଛନ୍ତି ନିଲମ୍ବିତ। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ସ୍କୁଲରେ ପାଠପଢା କେମିତି ଚାଲିଛି ତାହାର ଅନୁଧ୍ୟାନ ପାଇଁ ତିଲେଇମାଳ ପ୍ରାଥମିକ ବିଦ୍ୟାଳୟର ପରିଦର୍ଶନ କରିଥିଲେ ବିଇଓ ବିନୟ ପ୍ରକାଶ ସଏ। ଗତ ୩ ତାରିଖ ଦିନ ବିଦ୍ୟାଳୟରେ ବିଇଓ ମହୋଦୟ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। କିନ୍ତୁ ପିଲାମାନେ ଭାତ ଡାଲି ଖାଉଥିବା ବେଳେ ବିଇଓ ଖାଇଥିଲେ ଚିକେନ ଭାତ। କେହି ଜଣେ ଏହାର ଭିଡ଼ିଓ ଶୋଶାଲ ମିଡିଆରେ ଭାଇରାଲ କରିଦେବାରୁ ବିଚାର ବିଇଓ ମହାଶୟ ଫସିଯାଇଛନ୍ତି।

ମତାମତ ଦିଅନ୍ତୁ ।