ଚିଦାମ୍ୱରମଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମଙ୍କ ଜାମିନ ଆଦେବନ ଆଜି ଖାରଜ ହୋଇଛି। ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗୁରୁବାର ପି.ଚିଦାମ୍ୱରମଙ୍କୁ ପାଞ୍ଚ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଦାବି କରିଥିଲା। ସିବିଆଇର ଯୁକ୍ତିକୁ ଯଥାର୍ଥ ଦର୍ଶାଇ କୋର୍ଟ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମିତି ପ୍ରଦାନ କରିଛନ୍ତି। ଏହି ଅବିଧି ମଧ୍ୟରେ ପରିବାର ସଦସ୍ୟ ଏବଂ ତାଙ୍କ ଓକିଲ ଚିଦାମ୍ୱରମଙ୍କୁ ସାକ୍ଷାତ କରି ପାରିବେ। ଦୈନିକ ୩୦ ମିନିଟ ସାକ୍ଷାତ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିବା ବେଳେ ପ୍ରତି ୪୮ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମତାମତ ଦିଅନ୍ତୁ ।