Breaking Newsଦେଶ-ବିଦେଶ

ଚୀନକୁ ବିଶ୍ୱାସ ନାହିଁ: ସୀମାରେ ସତର୍କ ରହିଛି ଭାରତ

ନୂଅଦିଲ୍ଲୀ: ଲଦାଖର ଗଲୱାନରେ ଚୀନ ଓ ଭାରତ ମଧ୍ୟରେ ଲାଗିରହିଥିବା ଉତେଜନା ଦୁଇ ଦେଶର ଉଚ୍ଚ ଅଧିକାରୀସ୍ତରୀୟ ଆଲୋଚନା ପରେ ପ୍ରଶମିତ ହୋଇଛି । ସର୍ତ ଅନୁଯାୟୀ ଚୀନ ଓ ଭାରତ ସେନା ପୂର୍ବସ୍ଥିତିକୁ ଫେରିଛନ୍ତି । ମାତ୍ର ଭାରତ ଅତୀତରେ ଚୀନ କରିଥିବା ବିଶ୍ୱାସଘାତକତାକୁ ଭୂଲିନାହିଁ । ଭାରତୀୟ ବାୟୁସେନା ସୀମା ଉପରେ ରଖିଛି ତୀକ୍ଷ୍ମ ନଜର । ବାୟୁସେନାର ସୁଖୋଇ ଏମ୍‌କେ-୩୦ ବିମାନ ଓ ମିଗ୍ ବିମାନ ସୀମାବର୍ତୀ ଅଂଚଳରେ ଚକ୍କର କାଟୁଥିବାବେଳେ ସ୍ଥଳସେନାର ଯବାନମାନେ ସଜାଗ ରହିଛନ୍ତି । ସୀମାରେ ବାୟୁସେନାର ଫରୱାର୍ଡ ଏୟାରବେସ୍‌ରୁ ଭାରତର ଫାଇଟର ଜେଟ ଗୁଡ଼ିକର ଉଡ଼ାଣ ଜାରିରହିଛି । ଯେ କୌଣସି ପରିସ୍ଥିତିକୁ ସାମ୍ନା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜଣେ ଅଧିକାରୀ କହିଛନ୍ତି ।
ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ୯ସପ୍ତାହ ଧରି ସୀମାରେ ଉତେଜନା ଲାଗିରହିଥିଲା । ଜୁନ୍ ୧୫ରେ ଉଭୟ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏହି ଘଟଣାର ପରବର୍ତୀ ସମୟରେ ସୃଷ୍ଟିହୋଇଥିଲା ଯୁଦ୍ଧ ଭଳି ପରିସ୍ଥିତି । ଚୀନ ଆଗୁଆ ପ୍ରସ୍ତୁତି ସ୍ୱରୁପ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇବା ସହିତ ଯୁଦ୍ଧ ସରଞ୍ଜାମ ଆଣି ଠୁଳ କରିଥିଲା । ଭାରତର କିଛି ଅଂଚଳକୁ ମାଡ଼ି ବସି ପକାଇଥିଲା ଟେଣ୍ଡ । ଭାରତ ମଧ୍ୟ ମୁକାବିଲା ପାଇଁ ଆରମ୍ଭ କରିଥିଲା ପ୍ରସ୍ତୁତି । ଅତ୍ୟାଧୁନିକ ଯୁଦ୍ଧ ସାଜ ସରଞ୍ଜାମ ସୀମାରେ ମୁତୟନ କରିଥିଲା । ନିର୍ମାଣ କାମକୁ ପୂର୍ବାପେକ୍ଷା ଜୋରଦାର କରିଥଲା । ସୀମାରେ ୪୦ଟି ପୋଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ୨୦ଟିର କାମ ଶେଷ ହୋଇଛି । ୨୦୨୨ ସୁଦ୍ଧା ୬୬ଟି ସଡ଼କ ବନାଇବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ହେଉଥିôବା ଶ୍ରମିକଙ୍କ ମଜୁରୀକୁ ଭାରତ ସରକାର ୩ଗୁଣା ବୃଦ୍ଧି କରିଛନ୍ତି ।
ତେବେ ଯାହାବି ହେଉ ଭାରତର ସଫଳତା । ସବୁବେଳେ ନାଲିଆଖି ଦେଖାଉଥିବା ଚୀନ ପ୍ରଥମଥର ପାଇଁ ମୁଣ୍ଡନୁଆଁଇବାକୁ ବାଧ୍ୟ ହୋଇଛି । ଯାହା ଫଳରେ ଲଦାଖର ଉପତ୍ୟାକା ଅଂଚଳରେ ଚୀନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ଉତେଜନା ଏବେ ହ୍ରାସ ପାଇଛି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ପରେ ଏହି ସୁଫଳ ମିଳିଛି । ଉଭୟ ଦେଶର ସେନା ୧ରୁ ୨ କିମି ପର୍ଯ୍ୟନ୍ତ ପଛକୁ ହଟିଛନ୍ତି ।

ମତାମତ ଦିଅନ୍ତୁ ।

Back to top button