ଚୀନ୍‌ ର ଇଲେକ୍‌ଟ୍ରିକ୍‌ ବିମାନ ଉଡ଼ାଣ ସଫଳ

ନୂଆଦିଲ୍ଲୀ : ବିଶ୍ବରେ ଏବେ ଇଲକ୍‌ଟ୍ରିକ୍‌ କାର‌୍‌କୁ ଯାତାୟାତର ପରବର୍ତ୍ତୀ ବିକଳ୍ପ ଭାବେ ଚିନ୍ତା କରାଯାଉଛି। କିନ୍ତୁ ଉଡାଇଲାଣି ଇଲେକ୍‌ଟ୍ରିକ୍‌ ବିମାନ। ଏହାର ପରୀକ୍ଷାମୂଳକ ଉଡ଼ାଣ ସଫଳ ହୋଇଛି। ଆରଏକ୍ସ-୪ଇ ନାମିତ ଏହି ବିମାନଟି ବ୍ୟାଟେରିରେ ଚଳୁଛି। ଓଜନ ୧,୨୦୦ କିଲୋଗ୍ରାମର ଏହି ବିମାନଟି ଥରେ ବ୍ୟାଟେରି ଚାର୍ଜ‌୍‌ କଲେ ତିନିଶହ କିଲୋମିଟର‌୍‌ ପର୍ଯ୍ୟନ୍ତ ଉଡ଼ିପାରିବ। ଅତ୍ୟାଧୁନିକ ଜ୍ଞାନ-କୌଶଳରେ ନିର୍ମିତ ଏହି ବିମାନର ବାହ୍ୟ ଆବରଣ ଓ ଯନ୍ତ୍ରପାତି ଅତି ହାଲୁକା ଉପାଦାନରେ ତିଆରି ହୋଇଛି। ପରିବେଶ ପାଇଁ ଏହା ବେଶ ଅନୁକୂଳ। ଉଡ଼ିବା ସମୟରେ ଖୁବ କମ୍‌ ଶବ୍ଦ ବାହାରିବ। ୨୦୨୩ ସୁଦ୍ଧା ଚୀନ ଏହାକୁ ବ୍ୟାବସାୟିକ ସେବାରେ ନିୟୋଜିତ କରିବ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।