ଚୀନ ବିରୋଧରେ ଆନ୍ତର୍ଜାତୀୟ କୋର୍ଟ ଯିବେ ଭାରତୀୟ ଓକିଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଚୀନ ସମସ୍ତଙ୍କ ଅବିଶ୍ୱାସର ପାତ୍ର ହୋଇଛି । ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଦେଶ ଚୀନକୁ ମାରାତ୍ମକ ଭାଇରସ୍ ପାଇଁ ପୂର୍ବରୁ ଦାୟୀ କରିସାରିଛନ୍ତି । ତେବେ ତାଜା ଘଟଣାକ୍ରମରେ ଭାରତର ଜଣେ ଓକିଲ ଚୀନ ବିରୋଧରେ ଅନ୍ତର୍ଜାତୀୟ କୋର୍ଟ ଯିବେ ବୋଲି ଜଣାପଡ଼ିଛି । ଧର୍ମଶାଳାର ଓକିଲ ବିଶ୍ୱ ଚକ୍ଷ୍ୟୁ କେସ୍ କରିବା ଲାଗି କୋର୍ଟ ନିକଟକୁ ପରମିଶନ ଲେଟର ପଠାଇ ଦେଇଛନ୍ତି । ନିଜ ପତ୍ରରେ ବିଶ୍ୱ କୋଭିଡ୍‌-୧୯ ଯୋଗୁଁ ପୁରା ବିଶ୍ୱରେ ହାହାକାର ସୃଷ୍ଟିହୋଇଛି । ଏହାସହ ଦେଶରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଏଭଳି ଗମ୍ଭୀର ବିଷୟକୁ ଦେଖି ଅନ୍ତର୍ଜାତୀୟ କୋର୍ଟରେ ଚୀନ ବିରୋଧରେ କେସ କରିବା ଲାଗି ଅନୁମତି ମାଗିଛନ୍ତି ।
ନେଦରଲାଣ୍ଡରେ ଅବସ୍ଥିତ ଅନ୍ତର୍ଜାତୀୟ କୋର୍ଟରୁ ଅନୁମତି ମିଳିଲେ ଚୀନ ବିରୋଧରେ କେସ୍ ଚାଲିବ । ବିଶ୍ୱଙ୍କ କହିବା ଅନୁସାରେ ବର୍ତମାନ ପର୍ଯ୍ୟନ୍ତ ଏହି ଭାଇରସ୍ ଯୋଗୁଁ ପୁରା ବିଶ୍ୱରେ କୋଟିଏରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି । ତେଣୁ ଗମ୍ଭୀରତାକୁ ଉପଲବ୍ଧି କରି କେସ୍ ପାଇଁ ଅନୁମତି ଦେବାକୁ ସେ ଗୁହାରି କରିଛନ୍ତି । ଏହି ପତ୍ରର କପି ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଭାରତ ସରକାର, ହିମାଚଳପ୍ରଦେଶ ହାଇକୋର୍ଟ ଓ ହିମାଚଳ ସରକାରଙ୍କ ପାଖକୁ ପଠାଇ ଦେଇଛନ୍ତି ।

ମତାମତ ଦିଅନ୍ତୁ ।