ସୀମା ବିବାଦ: ସାମାଧାନ ପାଇଁ ରହିଛି ଏହି ବିକଳ୍ପ

ନୂଆଦିଲ୍ଲୀ : ପୂର୍ବ ଲଦାଖ ଗଲବାନର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ ୯ ସପ୍ତାହ ହେଲା ସୀମାରେ ଲାଗିରହିଛି ଉତ୍ତେଜନା। ଉଚ୍ଚ ଅଧିକାରୀସ୍ତରୀୟ ଆଲୋଚନା ଇତି ମଧ୍ୟରେ ତିନି ରାଉଣ୍ଡ ସରିଲାଣି। କିନ୍ତୁ କୌଣସି ନିର୍ଯାସ ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଭାରତ ପାଖରେ କ’ଣ ରହିଛି ଅନ୍ୟସବୁ ବିକଳ୍ପ।

ଭାରତ ପାଖରେ ପ୍ରଥମ ବିକଳ୍ପ ହେଉଛି ଚୀନ ସୀମାରେ କରିଥିବା ବେଆଇନ ନିର୍ମାଣକୁ ସେନା ସହାୟତାରେ ହଟାଇବା। ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହା କରାଗଲେ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇପାରେ। ଠିକ୍ ଏହିଭଳି ପରି ଥିତି ଜୁନ ୧୫ ତାରିଖ ରାତିରେ ଗଲବାନ ଘାଟିରେ ହୋଇଥିଲା। ତେଣୁ ଭାରତ ଏବେ ନିର୍ମାଣ ହଟାଇବା ନିଷ୍ପତ୍ତି ନେବା ସମ୍ଭାବନା ଆଶା କମ୍ ରହିଛି ।

ଭାରତ ସମ୍ମୁଖରେ ଦ୍ୱିତୀୟ ବିକଳ୍ପ ହେଉଛି ଏଲ୍‌ଏସିର କେତେକ ଅଂଚଳକୁ କବ୍‌ଜା କରିବା। ପରେ ଅର୍ଥାତ ଦୁଇଦେଶର ସେନାସ୍ତରୀୟ ଆଲୋଚନା ସଫଳ ହେଲେ ପୁଣିଥରେ ଯଥାସ୍ଥିତିକୁ ଫେରିଆସିବ। କୁହାଯାଉଛି ୨୦୧୩ରେ ଡୋପସାଙ୍ଗରେ ଏହିଭଳି ଘଟଣାର ସମାଧାନ ହୋଇଥିଲା। ଭାରତୀୟ ସେନା ଚୁମାରରେ ଚୀନ ପଟକୁ ବଢ଼ିଯାଇ ସେଠାରେ କେତେକ ନିର୍ମାଣ କରିଥିଲେ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ହେବ ପରେ ଦୁଇଦେଶ ପଛକୁ ହଟିଥିଲେ।

  ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା

ତୃତୀୟ ବିକଳ୍ପ ହେଉଛି ଦୁଇଦେଶ ମଧ୍ୟରେ ଲଗାତାର କଥାବାର୍ତ୍ତା ଜାରି ରହିବା ଦରକାର। ଏଥିସହ ସେନା ଚୀନ ସେନା ଯେପରି ଆଗକୁ ନ ବଢନ୍ତି ତାହାକୁ ଦ୍ରୁଷ୍ଟି ଦିଆଯିବା ଦରକାର। ଏପରି କଲେ ଭାରତ ବିଶ୍ୱର ଅନେକ ଦେଶର ସମର୍ଥନ ହାସଲ କରିପାରିବ। ଏହାଛଡ଼ା ଲଗାତାର ଚାପ ପ୍ରୟୋଗ ସହିତ ଆର୍ଥିକକ୍ଷେତ୍ରରେ ଚୀନକୁ ଦୁର୍ବଳ କରିବା ପାଇଁ ଭାରତ ସମସ୍ତ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।