ଚେନ୍ନାଇରୁ ଚୋରି ଅଭିଯୋଗରେ ଘସିପୁରାରୁ ଯୁବକ ଗିରଫ

ଭୁବନେଶ୍ଵର : ଚେନ୍ନାଇରୁ ଚୋରି କରି ପଳାଇ ଆସିଥିବା କେନ୍ଦୁଝର ଜିଲ୍ଲାର ଦୁଇଜଣଙ୍କ ମଧ୍ୟରୁ ତାମିଲନାଡୁ ପୋଲିସ୍‌ ଜଣକୁ ଉଠାଇ ନେଇଛି। ଅଭିଯୁକ୍ତମାନେ ହେଲେ ଘସିପୁରା ଥାନା ତରଡ଼ିପାଳ ଗାଁର ଗୌରାଙ୍ଗ ଜେନା ଓ ଶିବା ନାୟକ। ଗୌରାଙ୍ଗକୁ ଗିରଫ ହୋଇଥିବା ବେଳେ ଶିବା ଫେରାର ହୋଇଯାଇଛି।

ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୋଲିସ ଷ୍ଟେସନ୍ ଅଞ୍ଚଳର ସୟିଦ ଲିକାୟତ ଅଲିଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲେ। ଅଲି ପରିବାର ବିଦେଶରେ ରହୁଥିବାରୁ ଏ ଦୁହେଁ ଘରର ଦେଖାଶୁଣା କରୁଥିଲେ। କିନ୍ତୁ ସୁଯୋଗ ନେଇ ଏ ଦୁଇଜଣ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ଲିକାୟତ ଅଲି ଅଗଷ୍ଟ ୧୪ ତାରିଖରେ ଥାନାରେ ଅଭିଯୋଗ କରିବାରୁ ତାମିଲନାଡୁ ପୋଲିସ୍‌ ଘଟଣାର ତଦନ୍ତ କରି ଦୁଇ ଲୁଟେରାଙ୍କ ଘର ଓଡ଼ିଶାରେ ବୋଲି ଜାଣିଥିଲା। ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁ ପୋଲିସ ସଂପୃକ୍ତ ଯୁବକଙ୍କ ଘରେ ଚଢ଼ଉ କରି ଗୌରାଙ୍ଗକୁ ଗିରଫ କରି ତାମିଲନାଡୁ ନେଇ ଯାଇଛି।

ମତାମତ ଦିଅନ୍ତୁ ।