ଚୌଦ୍ୱାରରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ମୁନା ଆହତ

ଭୁବନେଶ୍ଵର : କଟକ ଚୌଦ୍ୱାର ଅଞ୍ଚଳରେ ଆଜି ଭୋର ସମୟରେ ପୋଲିସ କରିଛି ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି। ମୁନାର ବାମପଟ ଗୋଡ଼ରେ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଜବତ ହୋଇଛି ବନ୍ଧୁକ, ଜୀବନ୍ତ ଗୁଳି ଓ ମୋଟରସାଇକେଲ୍‌। ମୁନ ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ସଂପୃକ୍ତ ଥିବାବେଳେ ତା’ନାଁରେ ବିଭିନ୍ନ ଥାନାରେ ୧୨ଟି ଅପରାଧିକ ମାମଲା ରହିଛି।

ମତାମତ ଦିଅନ୍ତୁ ।