ଚୌଦ୍ୱାର ଜେଲ୍‌ରେ କରୋନା

ଚୌଦ୍ୱାର: ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ଚୌଦ୍ୱାର ଜେଲ୍‌ର ଜଣେ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସି ଜେଲ୍‌ର ଜଣେ ୱାର୍ଡର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ସଂପୃକ୍ତ ରୋଗୀଙ୍କ ନିକଟରେ ଜେଲ୍‌ର ୪ଜଣ କର୍ମଚାରୀ ଡ୍ୟୁଟି କରୁଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ଖବର ଅନୁଯାୟୀ ଚୌଦ୍ୱାର ଜେଲ୍‌ରେ ରହୁଥିବା ଜଣେ ୭୦ ବର୍ଷ ବୟସ୍କ କଏଦୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରେ ଡ୍ୟୁଟି କରୁଥିବା ଜେଲ୍‌ର ଜଣେ ୱାର୍ଡର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ଆଉ ୨ ଜଣ କର୍ମଚାରୀ ଡ୍ୟୁଟି କରୁଥିଲେ। ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ବାରକ୍‌କୁ ସାନିଟାଇଜ୍‌ କରାଯାଇଛି।

ମତାମତ ଦିଅନ୍ତୁ ।