ଛତିଶଗଡ଼: ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ

ଭୁବନେଶ୍ଵର : ଛତିଶଗଡ଼ର ଦନ୍ତେୱାଡା ଜିଲା କିରଣଦଳ ଥାନା ଅନ୍ତର୍ଗତ ଗୁମୀପାଲ ଜଙ୍ଗଲରେ ଆଜି ସକାଳେ ଏନକାଉଣ୍ଟର ୨ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା। ପୋଲିସକୁ ସାମ୍ନା କରି ନ ପାରି ଅନ୍ୟ କ୍ୟାଡର ମାଓବାଦୀମାନେ ଖସି ପଳାଇ ଯାଇଥିଲେ। ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ, ୩ଟି ବନ୍ଧୁକ ଓ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ, ଔଷଧ ଜବତ କରାଯାଇଛି ।

ମତାମତ ଦିଅନ୍ତୁ ।