ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ଭୁବନେଶ୍ଵର : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଶ୍ରେଣୀ ଗୃହରେ ତାଲା ପକାଇବା ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଥିବାରୁ ସ୍କୁଲ ଓ ଆଖପାଖରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ଗତକାଲି ସ୍କୁଲର ସହକାରୀ ଶିକ୍ଷକ ପ୍ରଶାନ୍ତ ଭୁଜବଳ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପାଖକୁ ଡାକିଥିଲେ। ଛାତ୍ରୀ ଜଣକ ଆସିବା ପରେ ଶିକ୍ଷକ ତାଙ୍କ ଫ୍ରକ୍‌ ଟେକିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏ ନେଇ ହଷ୍ଟେଲ୍‌ ୱାଡ଼େନ୍‌ଙ୍କୁ ଜଣାଇବା ପରେ ଘଟଣା ପ୍ରଘଟ ହୋଇଥିଲା।

ଆଜି ସମ୍ପୃକ୍ତ ଶିକ୍ଷକ ସ୍କୁଲକୁ ଆସିବାରୁ ଅଭିଭାବକମାନେ ଛାତ୍ରୀ ଅସଦାଚରଣ ସମ୍ପର୍କରେ ପଚାରିଥିଲେ। ସେ ସଠିକ୍‌ ଉତ୍ତର ନଦେବାରୁ ଉତ୍ତ୍ୟକ୍ତ ଗାଁ ଲୋକେ ତାଙ୍କ କାର୍‌ ଭାଙ୍ଗି ଦେଇଥିଲେ। ଆଉ ଶିକ୍ଷକଙ୍କୁ କାବୁ କରି ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି। ଖବର ପାଇ ଆଡିସିନାଲ୍‌ ଏସ୍‌ପି, ଏସ୍‌ଡିପିଓ ଓ ସ୍ଥାନୀୟ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଅସନ୍ତୋଷ ପଢ଼ୁଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମତାମତ ଦିଅନ୍ତୁ ।