ଛୁଟିଦିନରେ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ ଆଧାରରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ଲାଗି କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ କରିଛନ୍ତି ଅନୁରୋଧ। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗରେ ଆଜି ତତ୍ପରତା ପ୍ରକାଶ ପାଇଛି। ଲୋକଙ୍କୁ ସହାୟତା ଦେବାଲାଗି ବିଭିନ୍ନ ସ୍ଥାନରେ ଆର୍‌ଟିଓ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ କାଉଣ୍ଟର ଖୋଲାଯିବ। ଛୁଟିଦିନ ମାନଙ୍କରେ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ କାଉଣ୍ଟର ସେବା ଯୋଗାଇବେ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଅନ୍ୟପକ୍ଷରେ ମଙ୍ଗଳବାର ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଆର୍‌ଟିଓମାନଙ୍କ ସହିତ ଆଲୋଚନା କରିଥିଲେ। ୩ମାସ ଲାଗି କାଗଜପତ୍ର ଯାଞ୍ଚକୁ କୋହଳ କରିବାକୁ ସୂଚାଇବା ସହ ଗାଡ଼ି ଚାଳକମାନଙ୍କୁ କାଗଜପତ୍ର ନିୟମିତ କରିବା ଦିଗରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି। ଜନସାଧାରଣ ଯେଭଳି ପରିବହନ କାର୍ଯ୍ୟଳୟ ନିକଟରେ ଦଲାଲଙ୍କ ହାବୁଡରେ ନ ପଡ଼ନ୍ତି ସେଥିଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।