ଛୁରି ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ଵର : ଛୁରି ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏପରି ଘଟଣା କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି। ଥାନାରେ ଏନେଇ ଅଭିଯୋଗ ହୋଇନି। କିନ୍ତୁ ଭାଇରାଲ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି। ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ତେବେ କେବେ ଶୁଟ୍‌ ହୋଇଛି ତାହାର କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ।

ଭାଇରାଲ ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ୪ ରୁ ୫ ଜଣ ଦୁର୍ବୃତ୍ତ ଛୁରି ଦେଖାଇ ଭୟଭୀତ କରୁଛନ୍ତି। ଏହାପରେ ଯୁବତୀଙ୍କୁ ଗଣବଳାତ୍କାର ଦୃଶ୍ୟ ରହିଛି। ଜଣାପଡ଼ିଛି। ଭିଡିଓରେ ଦୁର୍ବୃତ୍ତମାନେ ମୁହଁ ଘୋଡ଼ାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି। ଏହି ଭିଡିଓକୁ ନେଇ ପୋଲିସ ଖୋଲତାଡ କରୁଛି।

ମତାମତ ଦିଅନ୍ତୁ ।