ଛେନା ଦର୧୫ ଟଙ୍କା ବଢ଼ିଲା

ଭୁବନେଶ୍ୱର : ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି। ପନିର୍‌ ଦାମ ବଢିଛି ୧୮ ଟଙ୍କା। ପୂର୍ବରୁ ୧୬୦ ଟଙ୍କା ଦରରେ ଛେନା ବିକ୍ରି ହେଉଥିଲା। ଏବେ ୧୮୦ ଟଙ୍କା ହୋଇଛି। ସେହିପରି ୨୨୦ ଟଙ୍କା ଦରରେ ବିକ୍ରି ହେଉଥିବା ପନିର ମୂଲ୍ୟ ହୋଇଛି ୨୪୦ ଟଙ୍କା। ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ସମସ୍ତ ଚାଷୀଙ୍କୁ ଏ ବାବଦରେ ଅବଗତ କରାଯାଇଛି।

ମତାମତ ଦିଅନ୍ତୁ ।