ଛେଳି ଛୁଆକୁ ଗିଳିଦେଲା ୭ଫୁଟର ଅଜଗର

ଉନ୍ନାଓ: ଉତରପ୍ରଦେଶର ଉନ୍ନାଓ ଜିଲ୍ଲାର ମିୟାଗଞ୍ଜ ଅଂଚଳରେ ଏକ ଅଜଗର ଛୋଟ ଛେଳି ଛୁଆକୁ ଗିଳିଦେଇଛି । ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଥିଲେ । ତେବେ ଅଧିକାରୀମାନେ ତୁରନ୍ତ ସେ ସ୍ଥାନରେ ପହଁଚି ଅଜଗରକୁ ଧରି ଜଙ୍ଗଲରେ ଛାଡ଼ିବାପରେ ଲୋକମାନେ ଆଶ୍ୱସ୍ତ ହୋଇଛନ୍ତି । ଏହି ଅଜଗରର ଲମ୍ବା ୭ଫୁଟ ହୋଇଥିବାବେଳେ ଓଜନ ପାଖାପାଖି ୩୦କିଲୋ ବୋଲି ଜଣାପଡ଼ିଛି । ସ୍ଥାନୀୟ ଅଂଚଳରେ ଥିବା ଛୋଟ ଜଙ୍ଗଲକୁ ଜଣେ ବ୍ୟକ୍ତି ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ଫେରିବା ସମୟରେ ତାଙ୍କର ଗୋଟିଏ ଛେଳି କମ୍ ଥିବା ଦେଖିବାକୁ ପାଇଥିଲେ । ସେ ଏଣେ ତେଣେ ଖୋଜିବା ପରେ ଗୋଟିଏ ସ୍ଥାନରୁ କିଛି ଶବ୍ଦ ଆସୁଥିବା ଶୁଣି ସେଠାରେ ପହଁଚି ଯାହା ଦେଖିଥିଲେ ସେଥିରେ ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା । ତାଙ୍କର ହଜିଥିବା ଛୋଟ ଛେଳି ଛୁଆକୁ ଏକ ବିଶାଳକାୟ ଅଜଗର ଗିଳୁଥିବା ଦେଖିଥିଲେ । ସେ ଭୟରେ ସେଠାରୁ ଦୌଡ଼ିବା ସହ ଗାଁରେ ପହଁଚି ଏହିକଥା କହିଥିଲେ । ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେବାରେ ଏକ ଟିମ୍ ପହଁଚି ଅଜଗରକୁ ସେଠାରୁ ଉଦ୍ଧାର କରି ଜଙ୍ଗଲକୁ ନେଇଛାଡ଼ିଥିଲେ ।

ମତାମତ ଦିଅନ୍ତୁ ।