ଜମି କିଣା ବିକା ମାମଲା: ମହିଳାଙ୍କୁ ଧମକଦେଇ ଫସିଲେ କନଷ୍ଟେବଳ

ଭୁବନେଶ୍ଵର: ବଲାଙ୍ଗିର ଟାଉନ ଥାନା ଭିତରେ ଜମି କାରବାର। କନଷ୍ଟେବଳଙ୍କ ଦବଙ୍ଗଗିରି। ଜଣେ ମହିଳାଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ମହିଳାଙ୍କଠାରୁ ଜମି ଷ୍ଟାମ୍ପ ପେପର ଛଡାଇ ନେବାକୁ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ସମ୍ପୃକ୍ତ କନଷ୍ଟେବଳ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ମହିଳାଙ୍କ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିବା କନଷ୍ଟେବଲଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

ମତାମତ ଦିଅନ୍ତୁ ।