ଜମି ବିବାଦରୁ ହତ୍ୟାକାଣ୍ଡ

ପଟ୍ଟାମୁଣ୍ଡାଇ : ଜମିବାଡି ବିବାଦକୁ କେନ୍ଦ୍ରକରି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁରେ ଘଟିଛି। ଖବର ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସୁରଞ୍ଜନ ମଣ୍ଡଳ ଓ ଧରଣୀଧର ଦାସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୁରଞ୍ଜନ ଠେଙ୍ଗାରେ ପିଟି ଧରଣୀଧରଙ୍କୁ ହତ୍ୟା କରିଥିଲା। ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ରାଜନଗର ପୋଲିସ ସୁରଞ୍ଜନ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମତାମତ ଦିଅନ୍ତୁ ।