ସରକାରଙ୍କ ପ୍ରସ୍ତାବ : ହଟିବ ଧାରା ୩୭୦, ଅଲଗା ହେବ ଲଦାଖ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଲେ ମୋଦୀ ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ଆଜି ରାଜ୍ୟସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରବଳ ହୋହଲ୍ଲା ଭିତରେ ଗୃହମନ୍ତ୍ରୀ ଶାହା ଏହାକୁ ଉପସ୍ଥାପନ କରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ  ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରସ୍ତାବ କେନ୍ଦ୍ର ସରକାର ଆଣିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଅମିତ ଶାହ ନିଜ ଉପସ୍ଥାପନରେ କହିଛନ୍ତି କି  ଏହି  ସଂଶୋଧନ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଧାରା ୩୭୦ ଅଧୀନରେ ଥିବା ସମସ୍ତ ବ୍ୟବସ୍ଥା  ଲାଗୁ ହୋଇ ପାରିବ ନାହିଁ।

ସେହିପରି ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । କିନ୍ତୁ ଅନ୍ୟପକ୍ଷରେ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ହେବ ମାତ୍ର ସେଠାରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ଯୋଜନା କରିଛି । 

ମତାମତ ଦିଅନ୍ତୁ ।