ଜମ୍ମୁ-କଶ୍ମୀରରେ ଖୋଲିବ ବନ୍ଦଥିବା ୫୦ହଜାର ମନ୍ଦିର

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ କାରଣରୁ ଜମ୍ମୁ-କଶ୍ମୀର ଅନେକ ବର୍ଷ ହେବ ବନ୍ଦ ଥିବା ସ୍କୁଲ ଓ ମନ୍ଦିରର ସର୍ଭେ କରାଯିବ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ଗୃହମନ୍ତ୍ରୀ ଜି କିସନ୍‌ ରେଡ୍ଡିଙ୍କ କହିଛନ୍ତି ବନ୍ଦ ରହିଥିବା ମନ୍ଦିରର ଦ୍ୱାର ଏବେ ଭକ୍ତଙ୍କ ପାଇଁ ଖୋଲିବ। କଶ୍ମୀର ଘାଟିରେ କେତେ ସ୍କୁଲ ବନ୍ଦ ରହିଛି ତାହା ଜାଣିବା ପାଇଁ ସର୍ଭେ କରାଯିବ। ଏହି ପ୍ରସଙ୍ଗକୁ ନେଇ ଏକ କମିଟିର ଗଠନ କରାଯାଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ କାରଣରୁ ଅନେକ ବର୍ଷ ହେବ ୫୦ହଜାର ମନ୍ଦିର ବନ୍ଦ ହୋଇଯାଇଥିବା ବେଳେ କିଛି ମନ୍ଦିର ଓ ମୂର୍ତ୍ତକୁ ନଷ୍ଟ କରି ଦିଆଯାଇଛି। ଏହାର ମଧ୍ୟ ସର୍ଭେ ପାଇଁ ଆଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।