ଜମ୍ମୁ-କଶ୍ମୀର ବିଧିବଦ୍ଧ ବିଭାଜନ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆସନ୍ତା କାଲି ଜମ୍ମୁ-କଶ୍ମୀର ବିଧିବଦ୍ଧ ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ପରିଣତ ହେବ। ଏହି ବିଭାଜନକୁ ବିରୋଧ କରି କିଛି ଅଘଟଣ ଘଟିବ ଗୁଇନ୍ଦା ସୂଚନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି।

ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ସଂଗଠନ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଓ ଆତଙ୍କବାଦୀ ହମ୍‌ଲା ଘଟାଇ ପାରନ୍ତି। ସେମାନଙ୍କ ଟାର୍ଗେଟ୍‌ରେ ନୂଆଦିଲ୍ଲୀର ସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ, ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳିପୂର୍ଣ୍ଣ ସ୍ଥାନ ରହିଛି। ସେଥିପାଇଁ ବିଭିନ୍ନ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନ ଓ ଗୁରୁତ୍ୱପୂର୍ଣ୍ଣ କୋଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ବିଭାଜନ ସହ ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ସିଂହ ଏହାର ଦାୟିତ୍ୱ ନେବେ। ଏହାପରଠାରୁ ଜମ୍ମୁ-କଶ୍ମୀର ଏକ ରାଜ୍ୟ ବଦଳରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚିତ ହେବ।

ମତାମତ ଦିଅନ୍ତୁ ।