Wed. Dec 11th, 2019

ଜମ୍ମୁ-କାଶ୍ମୀର: ଭାରତ ବିରୋଧୀ ଯୋଜନା ପାଇଁ ବନ୍ଦ ହେବ ୮ଟି ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ : ଭାରତ ବିରୋଧୀ ଯୋଜନା କରୁଥିବା ଅଭିଯୋଗରେ ଜମ୍ମୁ-କାଶ୍ମୀରର ୮ଟି ଟ୍ୱିଟର ଆକାଉଣ୍ଟ ବନ୍ଦ ହେବ। ମିଥ୍ୟା ଖବର ପ୍ରସାର କରୁଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଏହି ଆକାଉଣ୍ଟ ମଧ୍ୟରେ ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲୀ ଶାହ ଗିଲାନୀଙ୍କ ଆକାଉଣ୍ଟ ରହିଛି। ସେପରି ଭଏସ୍ ଅଫ କାଶ୍ମୀର, ମଧିହାଶକୀଲ ଖାନ, ଅରଶଦ ଶରିଫ, ମୈରୀ ସ୍କଲୀ, ସୈୟଦ ଅଲୀ ଶାହ ଗିଲାନୀ, ସଦଫ, ରିୟାଜ ଖାନଙ୍କ ନାମ ମଧ୍ୟ ରହିଛି। ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କ କହିବା ଅନୁଯାୟୀ ଆଇଟି ଆକ୍ଟ ଅନୁସାରେ ଆକାଉଣ୍ଟ ବନ୍ଦ ସୁପାରିଶ କରାଯାଇଛି । 

Leave a Reply

Your email address will not be published. Required fields are marked *