ଜମ୍ମୁ-କାଶ୍ମୀର ସୀମା ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରାଯିବା ପରେ ଭାରତର ନିର୍ବାଚନ ଆୟୋଗ ପରିସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୯ରୁ ୧୦ଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକୁ ଅପେକ୍ଷା ରହିଛି ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ନିର୍ବାଚନ ଆୟୋଗ ଜମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସୀମା ନିର୍ଦ୍ଧାରଣ ପୂର୍ବରୁ ନିର୍ବାଚନ ଆୟୋଗ ଅଧିକାରୀଙ୍କୁ ପରିସୀମା ନିର୍ଧାରଣର ଉଦାହରଣକୁ ଅଧ୍ୟୟନ କରିବାକୁ କହିଥିଲେ। ଯେପରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଥିଲା। ସେହି ପ୍ରକ୍ରିୟାରେ ଜନସଂଖ୍ୟା ଆଧାରରେ ସୀମାର ପୂନଃ ନିର୍ଦ୍ଧାରଣ କରାଯିବ। ୪ ଜଣ ସଦସ୍ୟଙ୍କୁ ନେଇ ଗଠିତ ଆୟୋଗକୁ ଏହି କାମ ପ୍ରଦାନ କରାଯାଇଛି। ଏହି ସଦସ୍ୟଙ୍କ ମଧ୍ୟରୁ ନିର୍ବାଚନ ଆୟୋଗଙ୍କର ଜଣେ ପ୍ରତିନିଧିତ୍ୱ କରିବେ। ତେବେ ୧୪ ମାସ ଭିତରେ ପ୍ରକ୍ରିୟା ସରିବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।