ଜରିମାନା ଦେବେ ୭ ରାଷ୍ଟ୍ରାୟତ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ୧୧ କୋଟି ଟଙ୍କାର ଜରିମାନା ଲଗାଯାଇଛି । ନିୟମ ଉଲ୍ଲଙ୍ଘନ କରିଥିବାରୁ ନିଆଯାଇଛି ଏହି ପଦକ୍ଷେପ। ନୂଆ ଆକାଉଣ୍ଟ ଖୋଲିବା, ମନିଟରିଂ ଓ ବାଲାନ୍ସ ସିଟରେ ଫଣ୍ଡ ରିପୋର୍ଟିଂ ଆଦି କରିବା କ୍ଷେତ୍ରରେ ଏସବୁ ବ୍ୟାଙ୍କ ନିୟମ ଭାଙ୍ଗିଥିବା ଜଣାପଡିଛି।

ଏହି ବ୍ୟାଙ୍କ ଗୁଡିକ ହେଲା ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ। ଏମାନଙ୍କୁ ୧.୫ କୋଟି ଲେଖାଏଁ ଜରମାନା ଦେବାକୁ ପଡିବ। ସେହିପରି ବ୍ୟାଙ୍କ ଅଫ ମହାରାଷ୍ଟ୍ର, ଆହ୍ଲାବାଦ ବ୍ୟାଙ୍କ ଉପରେ ୨ କୋଟି ଟଙ୍କା ଲେଖାଏଁ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଉପରେ ୧ କୋଟି ଜରିମାନା ଦେବ ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମତାମତ ଦିଅନ୍ତୁ ।