ଜଳବାୟୁ ପରିବର୍ତ୍ତନ ବିରୋଧରେ ଏକାଠି ହେବାକୁ ମୋଦୀଙ୍କ ଆହ୍ଵାନ

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ କେବଳ କଥା କହିବାର ସମୟ ଶେଷ ହୋଇଯାଇଛି। ଏବେ ଆସିଛି କିଛି କାମ କରିବାର ସମୟ। ସମଗ୍ର ବିଶ୍ୱ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ନ୍ୟୁୟର୍କଠାରେ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସୁରକ୍ଷା ସମ୍ମିଳନୀରେ ମତରଖି ମୋଦୀ କହିଛନ୍ତି ଯେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ବଚନବଦ୍ଧ। ଆମେ ଦେଶରେ ଇଲେକ୍ଟ୍ରିକ ଯାନବାହାନକୁ ପ୍ରମୋଟ କରୁଛୁ। ପ୍ରାୟ ୧୫୦ ନିୟୁତ ପରିବାରକୁ ଗ୍ୟାସ ସଂଯୋଗ ଦେଇଛୁ। ଜଳ ସଂରକ୍ଷଣ ଦିଗରେ ୫୦ ନିୟୁତ ଡଲାର ଖର୍ଚ୍ଚ କରିବା ସହିତ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନେଉଛୁ।

ମତାମତ ଦିଅନ୍ତୁ ।