ଜଳ ସମ୍ପଦ ମନ୍ତ୍ରୀଙ୍କ ସାପୁଆ ଡ୍ୟାମ ପରିଦର୍ଶନ

ଭୁବନେଶ୍ଵର : ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାପୁଆ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ପ୍ରକଳ୍ପର ସ୍ପିଲ ୱେ ( ଜଳ ନିର୍ଗମନ ପଥ) ବୁଲି ଦେଖିଥିଲେ। ଏହି ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ବେଳେ ସ୍ଲିଲ୍ ୱେର ପ୍ରାୟ ୨୦୦ମିଟର ତଳକୁ ପଥର ପ୍ୟାକିଂର ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରକଳ୍ପ ମାଧ୍ୟମରେ ଜଳ ସେଚିତ ହେଉଥିବା ୨୪୯୬ ହେକ୍ଟର ଅଂଚଳର ଚାଷ ଜମିକୁ ଜଳ ଯୋଗାଣ ସଂପର୍କରେ ମନ୍ତ୍ରୀ ପଚାରି ବୁଝିବା ସହିତ ଏଦିଗରେ ଅଧିକ ଯତ୍ନବାନ ହେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ମତାମତ ଦିଅନ୍ତୁ ।