ଜାତିସଂଘ ରିପୋର୍ଟ: ବିଶ୍ୱର ୧୦ ସହରରେ ଉତ୍କଟ ହେବ ଜଳ ସଂକଟ

ନୂଆଦିଲ୍ଲୀ: ଆଗାମୀ ଦିନରେ ବିଶ୍ୱର ୧୦ଟି ସହରରେ ଜଳ ସଙ୍କଟ ହେବ। ଜାତିସଂଘ ରିପୋର୍ଟରେ ଏହା ଦର୍ଶାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ସହର ତାଲିକାରେ ବେଙ୍ଗାଲୁରୁ ମଧ୍ୟ ସ୍ଥାନ। ଦକ୍ଷିଣ ଆଫ୍ରିକାର କେପ-ଟାଉନ୍‌ ରହିଛି ତାଲିକାର ପ୍ରଥମ ସ୍ଥାନରେ। ଯଦି ସ୍ଥିତି ଅଣାୟତ ହୁଏ ତେବେ ଆଗକୁ ପାଣି ପାଇଁ ଲୋକମାନେ ତ୍ରାହି ତ୍ରାହି ଡାକିବେ। ଏପରିକି ଜଳ ପାଇଁ ଜୀବନ ମଧ୍ୟ ଯାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପୃଥିବୀର ୧୦ଟି ସହରରେ ୨୦୨୫ ସୁଦ୍ଧା ପୃଥିବୀର ଶହେ ୮୦ କୋଟି ଲୋକ ଜଳ ସଙ୍କଟରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବେଙ୍ଗାଲୁରୁ, କୋଲକାତା ଏବଂ ଚେନ୍ନାଇ ସହରରେ ବର୍ଷସାରା ଦେଖାଯାଉଛି ଜଳ ସଙ୍କଟ। ଏଭଳି ସ୍ଥିତିର ତୁରନ୍ତ ମୁକାବିଲା କରାନଗଲେ ଆଗାମୀ ଦିନରେ କେବଳ ପିଇବା ପାଣିର ଅଭାବ ନୁହେଁ ଗାଧୋଇବା ଓ ଶୌଚ କରିବା ବି ସମ୍ଭବ ହୋଇନପାରେ ବୋଲି ଜାତିସଂଘ ସତର୍କ କରାଇଛି।

ସେହିପରି ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ସହର ରହିଥିବା ବେଳେ ତୃତୀୟରେ ମିଶରର କାହିରା ଓ ଚତୁର୍ଥରେ ରହିଛି ଜାପାନର ଟୋକିଓ। ପଞ୍ଚମରେ ଚାଇନାର ବେଜିଙ୍ଗ୍‌, ଷଷ୍ଠରେ ବ୍ରାଜିଲର ସାଓ ପାଲୋ, ସପ୍ତମ ଅଷ୍ଟ୍ରେଲିଆର ମେଲବର୍ଣ୍ଣ, ଅଷ୍ଟମ ଇଂଲଣ୍ଡର ଲଣ୍ଡନ, ନବମ ସ୍ଥାନରେ ବେଙ୍ଗାଲୁରୁ ଓ ଦଶମ ସ୍ଥାନରେ ରହିଛି ଇଣ୍ଡୋନେସିଆର ଜାକର୍ତ୍ତା ସହର। ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାନଗଲେ କରି କୋଟି କୋଟି ଲୋକଙ୍କ ଜୀବନ ଚାଲିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।