ଜାତୀୟ ରାଜପଥରେ ଲେନ୍‌ ଡ୍ରାଇଭ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଜାତୀୟ ରାଜପଥ-୧୬ରେ ଲେନ ଡ୍ରାଇଭ କରିବା ପାଇଁ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଜାତୀୟ ରାଜପଥ-୧୬ର ଉଭୟ ପଟେ ତିନୋଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ହେବ ଦ୍ଵାରା ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ ଦୁର୍ଘଟଣା କମିବ। ବିଶେଷ କରି ଓଭର ଟେକିଂ ସମୟରେ ଦୁର୍ଘଟଣା ହେଉଥିବାରୁ ଲେନ୍‌ ଡ୍ରାଇଭିଂରେ ଏହି ସମସ୍ୟା କମିବ।

ସବୁଠୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଡାହାଣ ପଟେ, ତା’ଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଭାବେ ଡାହାଣ ପଟେ ଗତି କରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଲେନ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍‌ ଡିସିପି ପ୍ରସ୍ତାବ ଦେଇଛନ୍ତି।

ମତାମତ ଦିଅନ୍ତୁ ।