ଜାତୀୟ ରାଜପଥ ମରାମତି ଦାବିରେ ବିଜେପିର ୧୨ଘଣ୍ଟିଆ ରାସ୍ତାରୋକ

ଭୁବନେଶ୍ଵର : ଜାତୀୟ ରାଜପଥ ମରାମତି ଦାବିରେ ଦେବଗଡ ଜିଲ୍ଲାରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ରାସ୍ତାରୋକ କରିଛନ୍ତି ବିଜେପି କର୍ମୀ।

ଦେବଗଡ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହାର ମରାମତି ହେଉନାହିଁ। ଫଳରେ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛି। ରାସ୍ତାରୋକ ଯୋଗୁଁ କୋଲକାତା-ମୁମ୍ବାଇ ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟାରେ ଯାନବାହାନ ଅଟକି ରହିଛି ।

ମତାମତ ଦିଅନ୍ତୁ ।