ଜାନୁଆରୀରେ ବାହାହେବେ ରଣବୀର-ଆଲିଆ !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ବିବାହ କରିବେ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ନିମନ୍ତ୍ରଣ କାର୍ଡରୁ ଏହା ଜଣାପଡ଼ିଛି। କିନ୍ତୁ ରଣବୀର ଓ ଆଲିଆଙ୍କ ଠାରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସ୍‌ରେ ରଣବୀର ଓ ଆଲିଆଙ୍କ ବାହାଘର ହେବ। ସେମାନଙ୍କ ବିବାହର ଭୋଜି ଦାୟିତ୍ୱ ଋତୁ ଡାଲମିଆଙ୍କୁ ଦିଆଯାଇଛି। ତେବେ ଆଲିଆଙ୍କୁ ଏ ବିଷୟରେ ପଚରାଯିବାରୁ ସେ କେବଳ ହସି ଦେଇ ଚାଲି ଯାଇଥିଲେ। ରଣବୀର ବି କିଛି କହୁନାହାଁନ୍ତି। ତେଣୁ ଭାଇରାଲ୍‌ ନିମନ୍ତ୍ରଣ କାର୍ଡ ଗୁଜବ ବୋଲି ଚର୍ଚ୍ଚା ହେଉଥିଲେ ହେଁ ଦୁହିଁଙ୍କୁ ଅନେକ ସମୟରେ ବିଭିନ୍ନ ପାର୍ଟି ଓ ଫଙ୍କସନ୍‌ରେ ଏକାଠି ଦେଖିବାକୁ ମିଳୁଛି।

ମତାମତ ଦିଅନ୍ତୁ ।