ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିସ୍ଫୋରଣ

ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବୋମା ବିସ୍ପୋରଣ ଘଟିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ।
ଜାପାନର ଜାତୀୟ ଗଣମାଧ୍ୟମ ନିପ୍ପନ୍ ହୋସୋ କ୍ୟୋକାଇ ରିପୋର୍ଟ ଅନୁଯାୟୀ ଓ୍ୱାକାୟାମା ସହରରେ ଫୁମିଓ କିସିଦା ଭାଷଣ ଦେବାର ଠିକ ଆଗରୁ ସ୍ମୋକ୍ ବମ୍ରେ ହମଲା କରାଯାଇଥିଲା। ବମ୍ ଯୋଗୁ ପୂରା ଅଞ୍ଚଳ ହୋଇଯାଇଥିଲା ଧୂଆଁମୟ। ସଭାସ୍ଥଳରେ ସମବେତ ଲୋକେ ନିରାପଦ ଆଶ୍ରୟ ପାଇବାକୁ ଏଣେ ତେଣେ ଦୌଡ଼ାଧାଆଁ କରିଥିଲେ।
ଚଳିତ ମାସର ଶେଷ ଭାଗରେ ନିର୍ବାଚନ। ଏହି ଉପନିର୍ବାଚନରେ ପ୍ରତିତଦ୍ଵନ୍ଦ୍ଵୀତା କରୁଥିବା ଦଳୀୟ ପ୍ରାର୍ଥଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରୁଥିଲେ। ବିସ୍ଫୋରଣ ଘଟିବା ସମୟରେ କିଶିଦା ଶାସକ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀଙ୍କ ସହ କରୁଥିଲେ ଆଲୋଚନା। ତେବେ ବିସ୍ଫୋରଣରେ ପ୍ରଧାନମନ୍ତ୍ରୀଙ୍କର କିଛି କ୍ଷତିହୋଇନାହିଁ। ଘଟଣାସ୍ଥଳରୁ ତାଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି।




























