ଜାମ୍ମୁ-କାଶ୍ମୀର: ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସ୍ଥିତି ସ୍ଵାଭାବିକ ହେଉଛି। ସେଥିପାଇଁ ସରକାରୀ କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କାଶ୍ମୀର ମୁଖ୍ୟ ସଚିବ। ସେହିପରି ସସାମ୍ୱା ଜିଲ୍ଲାରେ ଆସନ୍ତା କାଲିଠାରୁ ସମସ୍ତ ସ୍କୁଲ ଖୋଲିବ ବୋଲି ଜଣାପଡିଛି।

ଜାମ୍ମୁ କାଶ୍ମୀରର ମୁଖ୍ୟ ସଚିବ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଡିଭିଜନ, ଜିଲ୍ଲା ସ୍ତରୀୟ ଏବଂ ଶ୍ରୀନଗରେ ଥିବା ସିଭିଲ ସେକ୍ରଟେରିୟଟରେ କାମ କରୁଥିବା ସମସ୍ତ କର୍ମଚାରୀ ତୁରନ୍ତ କାର୍ଯ୍ୟକୁ ଫେରନ୍ତୁ। ଏହାଛଡା କର୍ମଚାରୀଙ୍କ ସୁରକ୍ଷା ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ଯେପରି ବଜାୟ ରହିବ ତାହା ସୁନିଶ୍ଚିତ କରବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ସାମ୍ୱା ଜିଲ୍ଲାର ପ୍ରଶାସନ ନିଷ୍ପତି ନେଇଛି ଯେ ସବୁ ସରକାରୀ ହେଉ ଅବା ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା କାଲିଠାରୁ ବିଧିବଦ୍ଧ ଭାବେ ଖୋଲିବା ସହିତ ପୂର୍ବପରି ଶିକ୍ଷା ଦାନ କରାଯିବ।  

ମତାମତ ଦିଅନ୍ତୁ ।