ଜାମ୍ମୁ-କାଶ୍ମୀର ପ୍ରସଙ୍ଗ: ଚୀନ କହିଲା ଦ୍ଵିପାକ୍ଷିକ ମତଭେଦରେ କାରଣ ବିବାଦ ନହେଉ

ନୂଆଦିଲି : ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ତିକ୍ତ ସମ୍ପର୍କ ହୋଇଛି ଭାରତ ଓ ପାକିସ୍ତାନ। ପ୍ରତିଶୋଧ ନିଆଁରେ ଜଳୁଥିବା ପାକିସ୍ତାନ ଚୀନର ସହାୟତା ଲୋଡିଥିଲେ ମଧ୍ୟ ସେଠାରୁ ନିରାଶ ହୋଇଛି। ଚୀନ କହିଛି କୌଣସି ବି ଦ୍ଵିପାକ୍ଷିକ ମତଭେଦ ବିବାଦର କାରଣ ହେବା ଉଚିତ୍ ନୁହେଁ।

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତ କରିବା ଅବସରରେ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଓ୍ଵାଙ୍ଗ କିଷାନଙ୍କ ସହ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶର ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ହୋଇଛି। ଦୀର୍ଘ ସମୟ ଧରି ଚୀନରେ ରାଷ୍ଟ୍ରଦୂତ ରହିଥିବା ଏସ ଜୟଶଙ୍କରଙ୍କ ସ୍ଵାଗତ କରି ଓ୍ଵାଙ୍ଗ ୟି କହିଛନ୍ତି ଯେ ଭାରତ ଓ ଚୀନର ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତାରେ ମହତ୍ଵପୂର୍ଣ୍ଣ ଯୋଗଦାନ ରହିବା ଉଚିତ୍। ଏହି ସାକ୍ଷାତ ସମୟରେ ଚୀନ ଓ୍ଵାଙ୍ଗ ୟି କହିଛନ୍ତି ଯେ କୌଣସି ବି ଦ୍ଵିପାକ୍ଷିକ ମତଭେଦ ବିବାଦର କାରଣ ହେବା ଉଚିତ୍ ନୁହେଁ। ଆଶା କରୁଛୁ ଭାରତ ମଧ୍ୟ ଶାନ୍ତି ଓ ସ୍ଥିରତାକୁ ଦୃଷ୍ଟିରେ ରଖି ସକରାତ୍ମକ ପଦକ୍ଷେପ ଉଠାଇବ ବୋଲି ସେ ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।