ଜାଲିଆତି ଅଭିଯୋଗରେ ଲ୍ୟାମ୍ପସ ଡାଟା ଏଣ୍ଟ୍ରି ଅପରେଟର ଗିରଫ

ନବରଙ୍ଗପୁର : ଚନ୍ଦାହାଣ୍ଡି ଲ୍ୟାମ୍ପସର ଫେରାର ଡାଟା ଏଣ୍ଟ୍ରି ଅପରେଟର ସ୍ନେହେଶ୍ଵର ମନହୀରାଙ୍କୁ ଚନ୍ଦାହାଣ୍ଡି ପୋଲିସ ଗିରଫ କରିଛି।
ଖବର ଅନୁଯାୟୀ ଚନ୍ଦାହାଣ୍ଡି ଲ୍ୟାମ୍ପସରେ ପ୍ରକୃତ ଚାଷୀଙ୍କ ଜମିକୁ ଜାଲିଆତି କରି ନକଲି ଚାଷୀଙ୍କ ନାଁରେ ପଞ୍ଜିକରଣ କରି ମଣ୍ଡି କାର୍ଡ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ନେହଶ୍ଵରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ସହିତ ଚନ୍ଦାହାଣ୍ଡି ଲ୍ୟାମ୍ପସ ଏମ.ଡି ଗତ ୬ ତାରିଖରେ ଥାନାରେ ଏତଲା ଦେଇଥିଲେ। ସେହିଦିନଠାରୁ ସ୍ନେହଶ୍ଵର ଫେରାର ଥିଲେ। କିନ୍ତୁ ସନ୍ଧିମୁଣ୍ଡା ଗାଁ ଘରେ ସେ ଆତ୍ମଗୋପନ କରିଥିବା ଖବର ପାଇ ଚନ୍ଦାହାଣ୍ଡି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଅଗ୍ରାହ୍ୟ ହେବାରୁ ସ୍ନେହଶ୍ଵରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।