ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଡଙ୍ଗରିଗୁଡା ପଞ୍ଚାୟତର ସରପଞ୍ଚ ଅମ୍ବିକା ମାଝୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ଡ଼ଙ୍ଗରିଗୁଡା ଗ୍ରାମକୁ ଆଜିଠାରୁ ଜୁଲାଇ ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।

ସେହିପରି ଘୋଡାଖୁଣ୍ଟା ପଞ୍ଚାୟତର ଡଙ୍ଗରା ଓ କଇଲାରି ପଞ୍ଚାୟତର ବଡ଼ କଇଲାରି ଗ୍ରାମକୁ କଣ୍ଟେମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଶନିବାର ଘୋଡାଖୁଣ୍ଟା ସରପଞ୍ଚ ଧନସିଂ ଭତ୍ରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ସମସ୍ତ ଗ୍ରାମକୁ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି।

ଲକଡାଉନ ଚାଲିଥିବା ବେଳେ ଡାବୁଗାଁର ବିଭିନ୍ନ ସ୍ଥାନରେ ଛୋଟ ବଡ ଜଳଖିଆ , ଫାଷ୍ଟଫୁଡ ଏବଂ ଅନ୍ୟ ଦୋକାନ ମାନେ ଅପରାହ୍ନ ୨ ଘଣ୍ଟା ପରେ ମଧ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ବାହାର ଅଞ୍ଚଳର ଲାେକେ ସେଠାରେ ଗହଳି କରୁଥିବା ଦେଖିବାକୁ ମିଳିଛି । କରନାର ଭୟାବହତାକୁ ଦେଖି ସ୍ଥାନୀୟ ପ୍ରଶାସନକୁ ଆହୁରି କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ମତାମତ ଦିଅନ୍ତୁ ।