ଜୀଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗି ହତ୍ୟା

ମାଲକାନଗିରି : ଜୀଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗି ହତ୍ୟା କରାଯିବା ଭଳି ଘଟଣା ମାଲକାନଗିରି ଜିଲ୍ଲା ପଡିଆ ଥାନା କାଲଦାପାଲ୍ଲୀ ଅଞ୍ଚଳରେ ଘଟିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି।

ଖବର ଅନୁଯାୟୀ କାଲଦାପାଲ୍ଲୀ ଅଞ୍ଚଳର କିଛି ଯୁବକ ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀରକୁ ନିକଟସ୍ଥ ନଦୀରୁ ଉଦ୍ଧାର କରିଥିଲେ। ଏହାପରେ ଗାଁର ଏକ ତେନ୍ତୁଳି ଗଛ ଡ଼ାଳରେ କୁମ୍ଭୀରଟିକୁ ବାନ୍ଧି ଟାଙ୍ଗି ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବାକୁ ଗହଳି ହୋଇଥିଲା। କୁମ୍ଭୀରଟିର ମୃତ୍ୟୁ ହେବାପରେ ଲୋକେ ତାହାର ମାଂସ ଭାଗ ବାଣ୍ଟି ନେଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।