ଜୀବନରକ୍ଷାକାରୀ ଔଷଧ ଭାରତରୁ ଆମଦାନୀ କରିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି। ପାକିସ୍ତାନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିରେ ପ୍ରସାରିତ ହୋଇଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କ ଖରାପ ହୋଇଯାଇଥିଲା। ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ପାକ ବନ୍ଦ କରିଦେଇଥିଲା। କିନ୍ତୁ ଏବେ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜୀବନରକ୍ଷାକାରୀ ଔଷଧର ଦାମ ମହଙ୍ଗା ହୋଇଯାଇଛି। ଏହା ବିରୋଧରେ ପାକିସ୍ତାନର ଲୋକେ ପ୍ରବଳ ବିରୋଧ କରିବାରୁ ପାକିସ୍ତାନ ସରକାର ଭାରତରୁ ଔଷଧ ଆମଦାନୀ ଲାଗି ଅନୁମତି ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।