ଜୁନାଗଡ଼ ଗଣଦୁଷ୍କର୍ମ: ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : କଳାହାଣ୍ଡି ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଆଜି ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଗଣଦୁଷ୍କର୍ମ କରିଥିବା ୪ ଜଣ ଓ ଭିଡିଓକୁ ଭାଇରାଲ୍ କରିଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ପୁଲିସ୍ ହେପାଜତରେ ଥିବା ବସ୍ ଡ୍ରାଇଭର ଏହି ମାମଲାରେ ସଂପୃକ୍ତ ନଥିବା ଏସ୍‌ପି ସୂଚନା କହିଛନ୍ତି।

ଗତ ୧୪ ତାରିଖରେ ପୀଡ଼ିତା ଜଣଙ୍କ ଭବାନୀପାଟଣାରୁ ଲିଫ୍ଟ ନେଇ ଜଣଙ୍କ ସହ ଆସୁଥିବା ବେଳେ ଜାରିଂ ଜଙ୍ଗଲ ନିକଟରେ ଦୁର୍ବୃତ୍ତମାନେ ଗାଡ଼ିକୁ ଅଟକାଇ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ। ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଗତ ୨୨ ତାରିଖରେ ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେବା ପରେ ଏସ୍‌ପି ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲେ।

ମତାମତ ଦିଅନ୍ତୁ ।