Breaking Newsରାଜ୍ୟ
ଜେଇ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁର ଲୋକେ କାମ ବନ୍ଦ କରିଦେବାରୁ ଜେଇ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୋଟିଏ ଘର ଭିତରେ ଅଟକ ରଖି ତାଲା ପକାଇ ଦେଇଛନ୍ତି।
ମନରେଗା କାର୍ଯ୍ୟକୁ ତଦାରଖ କରିବାକୁ ଯାଇଥିବା ବେଳେ ଏହି ଦୁଇ ଅଧିକାରୀ କାମ ବନ୍ଦ କରିଦେଇଥିଲେ। ଏହାକୁ ବିରୋଧ କରିବା ସହ ଲୋକେ କାମ ଚାଲୁ ରଖିବା ଓ ବକେୟା ଅର୍ଥ ଦାବି କରିଥିଲେ। ଏହାପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ସେମାଙ୍କୁ ଉଦ୍ଧାର କରିପାରିନି। ବିଡିଓ ଆସି ପ୍ରତିଶ୍ରୁତି ଦେଲେ ଦୁଇ ଅଧିକାରୀଙ୍କୁ ଛଡ଼ାଯିବ ବୋଲି ଅଡ଼ି ବସିଛନ୍ତି ଲୋକେ। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।