ଜେଟଲୀଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରିଛନ୍ତି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସେ ଭେଟିବା ସହିତ ସମବେଦନା ଜ୍ଞାପନ କରିଛନ୍ତି। ନବୀନଙ୍କ ସହ ପୁରୀ ସାଂସଦ ପିନାକୀ ମିଶ୍ର ସେଠାରେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ନବୀନ ଟ୍ୱିଟ କରି ଲେଖିଥିଲେ ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ଦେଶର ଶାସନ ବ୍ୟବସ୍ଥାକୁ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ ଥିଲା ବୋଲି ଉଲ୍ଲେଖ କରିଛନ୍ତି।

ମତାମତ ଦିଅନ୍ତୁ ।