ଜେଲରୁ ନିର୍ବାଚନ ଲଢ଼ିବେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ରମେଶ ସିଂହ ମୁଣ୍ଡାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ଗୋପାଳ କୃଷ୍ଣ ପାତର ଓରଫ ରାଜା ପିଟର ତମାଡ଼ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ। ତେବେ ସ୍ଵାଧୀନଭାବେ ନିର୍ବାଚନ ଲଢିବେ ନା କୌଣସି ଦଳରୁ ପ୍ରାର୍ଥୀ ହେବେ ତାହା ଜଣାପଡ଼ିନାହିଁ। ଅଦାଲତ ଜେଲ ପ୍ରଶାସନଙ୍କୁ ରାଜାଙ୍କ ପ୍ରାର୍ଥୀପତ୍ର ଦାଖଲଲାଗି ସବୁ ପ୍ରକାରର ସୁବନ୍ଦୋବସ୍ତ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି। 

ମତାମତ ଦିଅନ୍ତୁ ।