ଜେଲରେ କଏଦୀଙ୍କ କଲ ରେକର୍ଡ ହେବ

ଭୁବନେଶ୍ୱର: ଜେଲରେ ଥିବା କଏଦୀମାନେ କାହା ସହିତ କ’ଣ କଥା ହେବେ ତାହାର କଲ ରେକର୍ଡ ରହିବ। ସେମାନେ ସର୍ବାଧିକ ତିନିଟି ନମ୍ବରରେ କଥା ହୋଇପାରିବେ। କଥା ହେବା ପୂର୍ବରୁ ସେ ନମ୍ବରଟି କାହାର ତାହା ଯାଞ୍ଚ କରାଯିବ। କଥା ହେବା ପାଇଁ ନିର୍ଦ୍ଧାରିତ ହେବ ସମୟ। ଏହା ଅତିକ୍ରମ ହୋଇଗଲେ ଆପଣାଛାଏଁ କଲଟି କଟିଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନିୟମ ଚୌଦ୍ୱାର ଓ ଝାରପଡ଼ା ଜେଲ ପାଇଁ ଲାଗୁ କରାଯିବ ବୋଲି ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।